ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଜାମିନର ସର୍ତ୍ତ ଅନୁସାରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି କି କୌଣସି ସରକାରୀ କାଗଜରେ ଦସ୍ତଖତ ମଧ୍ୟ କରିପାରିବେନି।

ମଦ ଦୁର୍ନୀତି ମାମଲାରେ ସେ ପ୍ରଥମେ ଇଡି ଦ୍ବାରା ଗିରଫ ‌ହୋଇଥିବା ବେଳେ ଜୁନ ୨୬ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ସପ୍ତାହକ ପରେ ଜୁଲାଇ ୧୨ରେ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଥିଲେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଜାମିନ ପାଇଁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *