ଚଳିତବର୍ଷ ଗଣେଷ ପୂଜା ଉପଲକ୍ଷେ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରକୁ ପୂଜା କରିବା ପାଇଁ ପ୍ରଧାନମନ୍ତ୍ରୀ ଯିବା ପ୍ରସଙ୍ଗରେ ତେଜୁଛି ରାଜନୀତି । ପ୍ରଧାନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଘରକୁ କାହିଁକି ଗଲେ ସେ ନେଇ ପ୍ରଶ୍ନ ଉଠିବା ସହ ଦେଶର ନ୍ୟାୟତନ୍ତ୍ର ଉପରେ ପ୍ରଭାବ ପଡ଼ିବ ବୋଲି ବିରୋଧୀ କହିଛନ୍ତି ।

ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡଙ୍କ ବାସଭବନରେ ଆରତୀ କରୁଥିବାର ନଜର ଆସିଥିବା ପରେ ଏହାକୁ ନେଇ ବିରୋଧୀ ଦଳ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାରେ ପଛେଇନାହାନ୍ତି ।

ଏମପି ସଞ୍ଜୟ ସିଂହ କହିଛନ୍ତି, ବିଜେପି ପୂଜାପାଠକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରେ। ଭାଜପା ପାଇଁ ପୂଜାର ଅର୍ଥ ହେଉଛି ରାଜନୈତିକ ବ୍ୟବହାର।

ସେହପରି ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ମଧ୍ୟ କହିଛନ୍ତି, ଏହା ଗଣପତିଙ୍କ ପର୍ବରେ, ଲୋକମାନେ ପରସ୍ପରର ଘରକୁ ଯାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ କେତେ ଲୋକଙ୍କ ଘର ପରିଦର୍ଶନ କରିଛନ୍ତି? ମୋ ପାଖରେ ସୂଚନା ନାହିଁ । ପ୍ରଧାନ ବିଚାରପତି ଏହି ଘଟଣାରୁ ନିଜକୁ ଦୂରେଇ ରଖିବା ଉଚିତ କାରଣ ଏହି ପ୍ରସଙ୍ଗରେ ଅନ୍ୟ ଦଳ ସହ ତାଙ୍କର ସମ୍ପର୍କ ଖୋଲାଖୋଲି ଦେଖାଯାଉଛି। ଏପରି ପରିସ୍ଥିତିରେ ଚନ୍ଦ୍ରଚୂଡ ଆମକୁ ନ୍ୟାୟ ଦେବାରେ ସକ୍ଷମ ହେବ କି? ଆମେ ତାରିଖ ପରେ ତାରିଖ ପାଉଛୁ । ଏଠାରେ ବେଆଇନ ଭାବେ ସରକାର ଚାଲିଛି। ଏହି ଉପାୟରେ ଶିବସେନା ଏବଂ ଏନସିପି ଭାଙ୍ଗିଥିଲେ। ଆମକୁ ନ୍ୟାୟ ଦେବାକୁ ଯାଉଥିବା ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏପରି ସମ୍ପର୍କ ଅଛି, ସେଥିପାଇଁ ମନରେ ଏକ ସନ୍ଦେହ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *