ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ। ଗତ ୪ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଥିଲା ଓ ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ ଯୋଗୁଁ ସେ କିଭଳି ମାନସିକ ଚାପରେ ଅଛନ୍ତି ବୋଲି କହିଛନ୍ତି। ଏପରିକି ସମାଜରେ ମଧ୍ୟ ତାଙ୍କର ମାନହାନୀ ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି।

ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ସୁଧାଂଶୁ ନାୟକଙ୍କ ପାଇଁ ସୁନୀତିଙ୍କର ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ସେ ଆକାଉଣ୍ଟ ଜରିଆରେ ତାଙ୍କଠାରୁ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ରାଜନୈତିକ କ୍ୟାରିୟର ଶେଷ କରିଦେବେ ବୋଲି ଧମକ ଦେଇଥିଲେ। ଆଉ କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗରେ କହିଛନ୍ତି।

Leave a Reply

Your email address will not be published. Required fields are marked *