ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭକୁ ନେଇ ଦଳର ସମ୍ମାନିତ ନେତା ବ୍ୟୋମକେଶ ରାୟ, ବିଧାୟକ ଡ. ଲେନିନ ମହାନ୍ତି ଓ ଛାତ୍ର ନେତା ଆକ୍ରମ ଖାଁଙ୍କ ବିରୋଧରେ କରାଯାଇଥିବା ଏତଲା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜୁ ଜନତା ଦଳ କହିବା ସହ ଏହାକୁ ତୀବ୍ର ନିନ୍ଦା କରିଛି । ୨୦୨୪ ସେପ୍ଟେମ୍ବର ୪ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଲୁମିନି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବିବାଦୀୟ ବୟାନ ବିରୋଧରେ ଉଦବେଗ ପ୍ରକାଶ କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରା କରାଯାଇଥିଲା। ବିଭିନ୍ନ ରାଜନୈତିକ ଅନୁଷ୍ଠାନର ୨୦୦ରୁ ଅଧିକ ଆଲୁମିନି ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପ୍ରତିବାଦ କରିଥିଲେ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସତ୍ତ୍ୱେ କଟକ କମିସନରେଟ ପୋଲିସ ବିଜେଡି ନେତାଙ୍କୁ ଅନ୍ୟାୟ ଭାବେ ଟାର୍ଗେଟ କରି ବିଭ୍ରାନ୍ତିକର ଓ ରାଜନୈତିକ ଉଦ୍ଦେଶ୍ୟରେ ରଖି ଏଭଳି ଅଭିଯୋଗ ଆଣିଛି। ବିଜେଡି କହିଛି ଯେ ଏହା କେନ୍ଦ୍ରର ପ୍ରସଙ୍ଗ ଓ ଆମ ଦଳ ଏବଂ ଏହାର ନେତାଙ୍କ ସମ୍ମାନକୁ ହାନୀ କରିବା ପାଇଁ ଉଦ୍ଦିଷ୍ଟ । ସମସ୍ତ ଆଲୁମିନି ଓ ପୂର୍ବତନ ଛାତ୍ର କ୍ୟାମ୍ପସ ବାହାରେ ଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ସମ୍ପନ୍ନ ହୋଇଥିଲା । ଏହି ପରିସ୍ଥିତି ମଧ୍ୟରେ ବିଜେଡି ନେତାଙ୍କୁ ଚୟନମୂଳକ ଭାବେ ଟାର୍ଗେଟ କରିବା। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ମତପ୍ରକାଶର ସ୍ୱାଧୀନତା ଅଧିକାରକୁ ବିଜେଡି ଦୃଢ଼ ସମର୍ଥନ କରୁଛି, ଯାହା ଆମ ଗଣତନ୍ତ୍ରର ମୌଳିକ ନୀତି। ବିକ୍ଷୋଭରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ସମାନ ଭାବରେ ଏବଂ ବିନା ପକ୍ଷପାତିତାରେ ବିଚାରକୁ ନିଆଯିବା ଉଚିତ । ଗଣତାନ୍ତ୍ରିକ ନୀତି ପ୍ରତି ବିଜେଡି ପ୍ରତିବଦ୍ଧ ଏବଂ ଆମ ଦଳ ଗଣତନ୍ତ୍ରରେ ସମସ୍ତ ସ୍ୱରକୁ ଶୁଣିବା ଏବଂ ସମ୍ମାନ ଦେବାରେ ଅଟଳ ରହିଛି । Post navigation ‘ନିନାଦ’; ଦିବ୍ୟାଙ୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ ସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ