ଅନୁସୂଚିତ ଜାତି ଜନ ଜାତି ଓ ଅଛୁଆଁ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବା ପାଇଁ ଚଳିତ ବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଏହା ଦ୍ବାରା ହତାଖର୍ଚ୍ଚ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା। ଏହି ସଂପର୍କରେ କ୍ୟାବିନେଟ୍ ନିଷ୍ପତ୍ତି ନେବା ପରେ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଗୃହରେ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷରୁ ଲାଗୁ ହେବାକୁ ଯାଉଛି ଏସ୍‌ସି/ଏସ୍‌ଟି ଛାତ୍ର ଛାତ୍ରୀଙ୍କ ପାଇଁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଲାଗୁ ହେବାକୁ ଥିବା ସହିଦ ମାଧୋ ସିଂ ହାତ ଖର୍ଚ୍ଚରେ ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବା ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଏହି ଯୋଜନା ଦ୍ୱାରା ରାଜ୍ୟରେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏବଂ ଏଥିପାଇଁ ଚଳିତ ବର୍ଷ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *