ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୬ଟା ପରେ ବିଶ୍ୱବିଦ୍ୟାଳୟ ପରିସରରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରୋକ୍ଟୋରିଆଲ୍ ବୋର୍ଡ ବୈଠକରେ କମିଟି ନିମ୍ନଲିଖିତ ନିଷ୍ପତ୍ତି ସ୍ଥିର କରିଛି। ସନ୍ଧ୍ୟା ୬ଟା ପରେ ବାହାରର ପ୍ରବେଶକୁ ପ୍ରତିବନ୍ଧିତ ଲଗାଯିବ। ଅଧିକ ସଂଖ୍ୟକ ସୁରକ୍ଷା କର୍ମୀ ମୁଖ୍ୟ ଫାଟକରେ ନିୟୋଜିତ ହେବେ।