ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ଲୋକ ଗ୍ୟାସ୍ ଫାଟିବାରେ ଆହତ ହୋଇଛନ୍ତି ତାଙ୍କୁ ୨ଲକ୍ଷ ଓ ମୃତକଙ୍କୁ ମିଳିବ ୪ଲକ୍ଷ ଟଙ୍କା । ସେହିଭଳି କୌଣସି ଘର ପୋଡ଼ି ଗଲେ ମଧ୍ୟ ୨ଲକ୍ଷ ଟଙ୍କା ଦେବାକୁ ପଲିସି ରହିଛି । ଏହି ସବୁ କ୍ଷତିପୂରଣ ଦେବାକୁ ଗ୍ୟାସ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Leave a Reply

Your email address will not be published. Required fields are marked *