ଭୁବନେଶ୍ବର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ସାଜିଛି ତାଳ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଓୟୁଏଟି ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ। ତାଳ ଖାଇବା ପରେ ହାତୀଛୁଆର ତଣ୍ଟିରେ ଲାଖି ରହିଥିଲା। ତଣ୍ଟିରେ ତାଳ ଲାଖି ରହିବାରୁ ହାତୀଛୁଆ ଖାଇପିଇ ପାରୁ ନଥିଲା। ଦୁଇଦିନ ତଳେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ହାତୀଛୁଆଟି ସଂପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିଲା। ଅସୁସ୍ଥ ଅବସ୍ଥାରେ ବଲାଙ୍ଗିର ଦେଓଗାଁରୁ ଆସିଥିଲା ହାତୀଛୁଆ। ଶେଷରେ ତାର ମୃତ୍ୟୁ ହୋଇଥିଲା।