ରେଭେନ୍ସା ପ୍ରସଙ୍ଗରେ ବିଜେଡିର ଲେନିନ ମହାନ୍ତି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷୀବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି। ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। କେତେ ଦିନ ଧରି ଉପନିବେଶବାଦର ଲିଗାସି ଧରି ବଞ୍ଚିବା। ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ, କିନ୍ତୁ ନାମ ପରିବର୍ତ୍ତନ ନେଇ ଧର୍ମେନ୍ଦ୍ରଙ୍କ ଆପ୍ରୋଚ ପୂରା ଗଣତାନ୍ତ୍ରିକ। ଏଥିପାଇଁ ବିତର୍କର ଆବଶ୍ୟକତା ଥିବା ସେ କହିଛନ୍ତି। ବିଜେଡି ଅଣଓଡ଼ିଆ ଅଫିସରଙ୍କ ପାଇଁ ଓକିଲାତି କରୁଥିଲା, ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି।

ବ୍ରିଟିଶରଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ୨୦ ଲକ୍ଷ ଓଡ଼ିଆ ପ୍ରାଣ ହରାଇଥିଲେ। ରେଭେନ୍ସା ଶିକ୍ଷାନୁଷ୍ଠାନ ଗଠନରେ ଟି. ରେଭେନ୍ସାଙ୍କ କୌଣସି ଭୂମିକା ନାହିଁ। ଦୁଃଖର କଥା ବିଜେଡି ସେହି ବ୍ରିଟିଶରଙ୍କ ସପକ୍ଷରେ ଯୁକ୍ତି କରୁଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *