ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ ପଢ଼ୁ। ରେଭେନ୍ସା କେବଳ ଅନୁଷ୍ଠାନ ନୁହେଁ, ଏହା ଏକ ବ୍ରାଣ୍ଡ। ତେଣୁ କେନ୍ଦ୍ରମନ୍ତ୍ରୀ ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ଦରକାର ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଯେଉଁ ରେଭେନ୍ସାଙ୍କ ନାଁରେ ନାମିତ ହୋଇଛି, ତାଙ୍କ ଭୂମିକା କଣ ଥିଲା । ନଅଙ୍କ ଦୁର୍ଭିକ୍ଷ ବେଳେ ରେଭେନ୍ସା ବ୍ୟକ୍ତି ଜଣକ କଣ କରୁଥିଲେ ? ଯିଏ ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାଙ୍କ ନାମରେ ନାମିତ ହେବା କଣ ଗୌରବର ବିଷୟ କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

Leave a Reply

Your email address will not be published. Required fields are marked *