ଓଡ଼ିଶାରେ ବର୍ଦ୍ଧିତ ଜନସଂଖ୍ୟା ଓ ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ରାଜ୍ୟର ୧୬ଟି ସ୍ଥାନରେ ୨୫ଟି ନୂତନ ଅବକାରୀ ଥାନା ଖୋଲିବାକୁଥିବା ସୂଚନା। ଗଂଜାମ, ବ୍ରହ୍ମପୁର, ବାଲେଶ୍ବରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲୁଥିବା ବେଳେ ଜଗତିଂହପୁର, ଭଦ୍ରକ, ଯାଜପୁର, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେଉଁଝର, ଢେଙ୍କାନାଳ, ରାଉଲକେଲାରେ ୧ଟି ଲେଖାଏଁ ଓ ନୟାଗଡ଼ରେ, ମୟୂରଭଞ୍ଜରେ, କଟକରେ ୨ ଟି ଲେଖାଏଁ ଅବକାରୀ ଥାନା ଖୋଲାଯିବା ସୂଚନା। ଏହି ସବୁ ନୂଆ ଅବକାରୀ ଥାନା ଖୋଲିବା ନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି । ଏହାସହ ସେପ୍ଟେମ୍ବର ୪ରେ ହେବ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନଷ୍ଠିତ ହେବା ସୂଚନା ।

Leave a Reply

Your email address will not be published. Required fields are marked *