ଓଡ଼ିଶାର ଦୁଇ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ବରଗଡ ରୋଡ ଓ ନୂଆପଡା ରୋଡ ୧୩୮କିମି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨ହଜାର ୯୨୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଲାଇନ ହେବା ପରେ ବରଗଡରୁ ରାୟପୁରକୁ ଯୋଗାଯୋଗ ସହଜ ହେବ । ସେହିପରି ସୁନ୍ଦରଗଡ ଜିଲ୍ଲା ସରଡେଗାରୁ ଛତିଶଗଡର ଭଲୁମୁଡାକୁ ୩୭ କିମି ନୂଆ ଡବଲ ଲାଇନ ପାଇଁ ଖର୍ଚ୍ଚ ୧୩ଶହ ୬୦କୋଟି ବ୍ୟୟବରାଦ କରାଯାଇଛି । ସେହିପରି ଜାମସେଦୁର-ଆସାନସୋଲ ମଧ୍ୟରେ ୧୨୧ କିମି ଲମ୍ବ ତୃତୀୟ ଲାଇନ ପାଇଁ ୨୧୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନୂଆ ରେଳ ପ୍ରକଳ୍ପ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରାକୁ ସହଜ କରିବ। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । ଓଡ଼ିଶାର ରେଳ ବିକାଶ ପାଇଁ ୪୨୩୪ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଓଡିଶାର ସାମଗ୍ରିକ ଓ ତ୍ୱରାନ୍ୱିତ ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସାମଲ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବ। ନୂତନ ରେଳ ପକଳ୍ପ ଯୋଗୁଁ ଓଡ଼ିଶା ଆର୍ôଥକ ବିକାଶ ସୁଦୃଢ ହୋଇପାରିବ। ବିଶେଷଭାବେ ପଶ୍ଚିମ ଓଡ଼ିଶା ଅଂଚଳରେ ଗମନାଗମନ ସୁଦୃଢ଼ ହେବା ସହ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିବ। ଏଥିସହ ବନ୍ୟଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଞ୍ଚା ଯାଇପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜ୍ୟରେ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ୍ୱରାନ୍ୱିତ ହେବ। ବାସ୍ତବରେ ରାଜ୍ୟରେ ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପଗୁଡିକ ନିର୍ମାଣ ସମୟରେ ପ୍ରାୟ ୧କୋଟି ୧୪ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଶ୍ରୀ ସାମଲ କହିଛନ୍ତି। କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ଓଡିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି। ମାତ୍ର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ମାତ୍ର ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ୍ ସରକାର ଗଠନ” ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି । ଓଡିଶାର ବିକାଶକୁ କେହି ଅଟକାଇପାରିବେ ନାହିଁ । ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଖିଥିବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । Post navigation ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବାକୁ ହାଇକୋର୍ଟଙ୍କ ନୋଟିସ ଓଡ଼ିଶା ସମ୍ପର୍କରେ ମନ୍ତବ୍ୟ ପାଇଁ ମମତା ବାନାର୍ଜୀଙ୍କୁ ମୋହନ ମାଝୀଙ୍କ ଭର୍ତ୍ସନା