ନିର୍ବାଚନୀ ମାମଲାରେ ଜବାବ ଦାଖଲ ପାଇଁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମାମଲା ଦାଏର କରିଛନ୍ତି। ଭୋଟ ଗଣତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମତୀ ସେଠୀ। ସାଂସଦ ଶ୍ରୀ ବେହେରା ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଅକ୍ଟୋବର ୭ରେ ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *