ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି କହିଲେ ଧର୍ମେନ୍ଦ୍ର। ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ଏ ନେଇ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରି ଚିଠି ଲେଖି ସାରିଛନ୍ତି। ଏଏସଆଇର ଏକ ଉଚ୍ଚସ୍ତରୀୟ ଟିମ୍ ଆସି ରତ୍ନଭଣ୍ଡାର ତଦାରଖ କରିବ। ପୁରୁଣା ତାଲିକା ସହ ଏବେର ତାଲିକାକୁ ତୁଳନା କରାଯିବ। ନୂଆ ଓ ପୁରୁଣା ରେକର୍ଡର ଚେକ୍‌ ହେବ। ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *