ବଜ୍ରପାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ; ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ ମୃତ ହୋଇଥିବା ବେଳେ ବାଲେଶ୍ୱର ଖଇରା ଥାନା ପଦୁନା ଗାଁର ଆଉ ଜଣେ ବଜ୍ରାଘାତରେ ମୃତ ହୋଇଛି । ସେହିପରି ନୀଳଗିରି ଓଲଡଙ୍ଗ୍‌ ଅଞ୍ଚଳରେ କାମ କରିବା ବେଳେ ଜଣକର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ବଜ୍ରପାତରେ ୩ ଗୁରୁତର ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *