ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ଖାଲି ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

ସୂଚନା ମୁତାବକ; ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇସାରିଥିବା ବେଳେ ଏବେ ଆସନ୍ତା ୨୩ ତାରିଖ ଦିନ ୧ଟାଠାରୁ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ବାହାରିବେ ।

Leave a Reply

Your email address will not be published. Required fields are marked *