ରାଜଧାନୀରେ ସିମ ବକ୍ସ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କଟକରୁ ଆଜି ଆଉ ୫ ସିମ ବକ୍ସ ମିଳିଛି। ରାଜେନ୍ଦ୍ରନଗରର ଏକ ଭଡ଼ା ଘରୁ ସିମ୍‌ବକ୍ସ ଜବତ କାରାକାଯାଇଛି। ୮ ମାସ ହେଲା ରାଜୁ ମଣ୍ଡଳ ଏହି ଘରେ ରହୁଥିଲା।ଗିରଫ ରାଜୁକୁ ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ ତନାଘନା କରୁଛି। ଆତଙ୍କୀ ଲିଙ୍କ୍‌ର ତଦନ୍ତ ପାଇଁ ଏନଆଇଏ ଟିମ ଆସିବେ ବୋଲି ଡିସିପି କହିଛନ୍ତି। କାଲି ରାଜୁକୁ ରିମାଣ୍ଡରେ ଆଣିଥିଲା କମିଶନରେଟ ପୋଲିସ।

Leave a Reply

Your email address will not be published. Required fields are marked *