ଚଳିତ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ ନିଜର ସ୍ଥିତି ସାମାନ୍ୟ ମଜଭୁତ କରିଥିବା ବେଳେ ଓଡ଼ିଶାରେ କଂଗ୍ରେସ ଏକ ପ୍ରକାର ସତ୍ତା ହରାଇଛି। ଏସବୁ ମଧ୍ୟରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ଦଳୀୟ କର୍ମୀ ନିଜ ନିଜ ଭିତରେ ବିବାଦ ସୃଷ୍ଟି କରୁଥିବା ବେଳେ ପରସ୍ପରକୁ ଟାର୍ଗେଟ କରି ବୟାନ ଦେବା ସାଧାରଣ କଥା ହୋଇଗଲାଣି। ଏସବୁ ଭିତରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି।

କଂଗ୍ରେସ ବାବଦରେ ଶ୍ରୀ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କୁ ମଧ୍ୟ କଂଗ୍ରେସ ବିରୋଧ କରୁଛି ବୋଲି କହିଛନ୍ତି। କାହା ସହ କାହାର ମତ ଠିକ୍‌ ନାହିଁ, ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି। କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି ଯାହା ହେବା ଅନୁଚିତ। କାହାର ଦଳୀୟ ସ୍ବାର୍ଥ ଚିନ୍ତା ନାହିଁ, ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। ଏଥିପାଇଁ ସାଧାରଣ ଲୋକ କେବେ କ୍ଷମା ଦେବେନି ବୋଲି ତାରା କହିଛନ୍ତି। ମୋତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି। ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀ ଭିତରେ ରହିଛି ବୋଲି କହିଛନ୍ତି। କଂଗ୍ରେସରେ ଗୋଡ଼ ଟଣାଟଣି ଚାଲିଛି। ଏସବୁ ନକରି ସବୁ କଂଗ୍ରେସ କର୍ମୀ ଏବେ ଏକଜୁଟ ହେବାର ଅଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *