ଭିଜିଲାନ୍ସ ଜାଲରେ ମହିଳା ସରକାରୀ କର୍ମଚାରୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଇସିଡିଏସ୍ ସୁପରଭାଇଜର ଶୈଳବାଳା ସାହୁ ଲାଞ୍ଚ ନେବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଧରିଛି। ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଧରିବା ସହ ଟଙ୍କା ଜବତ କରିଛି।

ସଲାଗୁଡ଼ା ପଞ୍ଚାୟତର ମୁର୍ଜା ଗ୍ରାମସ୍ଥିତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅତିରିକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରିଥିବା ଦର୍ଶାଇ ଅଙ୍ଗନବାଡି କର୍ମୀ ପ୍ରେମଶିଳା କହଁରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶ୍ରୀମତୀ ସାହୁ। ପୂର୍ବରୁ ସେ ୫ ହଜାର ଟଙ୍କା ନେଇଥିବା ବେଳେ ଶୁକ୍ରବାର ଆଉ ୫ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ।

Leave a Reply

Your email address will not be published. Required fields are marked *