ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ରାତି ୮ ଟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନୂଆ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବା ସହ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶା ବିକାଶ ବିଷୟରେ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଯିବେ ପୂର୍ବତନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଦିଲ୍ଲୀରେ କାଲି ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ ରୋଡ୍ ଟ୍ରାନ୍ସପୋର୍ଟ ପ୍ରକଳ୍ପ ବାବଦରେ ଆଲୋଚନା କରିବା ସହ ରୋଡ୍ ନେଟୱାର୍କ ଭିଜନକୁ ୫ ବର୍ଷ ଭିତରେ ଶେଷ ପାଇଁ ପ୍ରସ୍ତୁତି ଯୋଜନା କରାଯିବା ସୂଚନା ମିଳିଛି । ଏହା ଛଡା ଏହି ଗସ୍ତ ଅବସରରେ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *