ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ପ୍ୟାରିସରେ ଭାରତକୁ ତୃତୀୟ ପଦକ ପ୍ରଦାନ କରିଥିଲେ। ସେ ଫାଇନାଲରେ ୪୫୧.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ ସେ ନିଜ ଦେଶକୁ ଫେରିଛନ୍ତି। ତାଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ପୁଣେର ଶ୍ରୀମନ୍ତ ଦଗଡୁସେଠ ହଲୱାଇ ଗଣପତି ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।

ପୁଣେ ଏୟାରପୋର୍ଟରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ୱପ୍ନିଲଙ୍କୁ ଦେଖି ଖୁସିରେ ବିଭୋର ହେଲେ ଭାରତୀୟ ଓ କ୍ରୀଡ଼ାପ୍ରେମୀ । ପ୍ରତି ଭାରତୀୟଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । ତାଙ୍କୁ ସ୍ୱାଗତ କରିବାକୁ ଚାହିଁ ରହିଥିଲେ ପରିବାର ଓ ଶୁଭେଛୁ ।

Leave a Reply

Your email address will not be published. Required fields are marked *