ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ ମନୋନୀତ କରାଯାଇଛି । ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଅନ୍ତରୀଣ ସରକାର ପ୍ରସ୍ତାବକୁ ଆନ୍ଦୋଳନରତ ଛାତ୍ରଙ୍କ ସମର୍ଥନ ଜଣାଇଥିଲେ।

ପ୍ରକାଶ ଯେ, ଏହି ହିଂସା ମଧ୍ୟରେ ନିକଟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ।

Leave a Reply

Your email address will not be published. Required fields are marked *