ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଲା । ହକି ସେମିଫାଇନାଲରେ ଜର୍ମାନୀଠୁ ୩-୨ରେ ହାରିଲା ଭାରତ । ଏବେ ବି ଟିମ ଇଣ୍ଡିଆ ପାଇଁ ଆଶା ରହିଛି। ଅଗଷ୍ଟ ୮ରେ ବ୍ରୋଞ୍ଜ ମେଡାଲ ପାଇଁ ସ୍ପେନ ସହ ଲଢେଇ ଜାରି ରଖିବ। ପ୍ରଥମ କ୍ୱାର୍ଟରରେ ଭାରତ ୧-୦ରେ ଅଗ୍ରଣୀ ଥିଲା, କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଚମତ୍କାର ପ୍ରଦର୍ଶନ କରି ୧୫ ମିନିଟ ମଧ୍ୟରେ ୨ ଗୋଲ ସ୍କୋର କରିଥିଲା। ଭାରତୀୟ ଦଳ ଅନେକ ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଗୋଲ କରିପାରି ନଥିଲା। ତୃତୀୟ କ୍ୱାର୍ଟରରେ ଅଧିନାୟକ ହରମନପ୍ରୀତ ସିଂ ଶେଷରେ ପେନାଲ୍ଟି କର୍ଣ୍ଣରକୁ ପରିବର୍ତ୍ତନ କରି ମ୍ୟାଚକୁ ୨-୧ରେ ସମତଳ କରିଥିଲେ। ୫୪ତମ ମିନିଟରେ ଜର୍ମାନୀ ତୃତୀୟ ଗୋଲ ସ୍କୋର କରିଥିଲା। ଏପରିକି ଶେଷ ମୁହୂର୍ତ୍ତରେ ଭାରତ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବଦଳାଇ ଦ୍ୱାଦଶ ଖେଳାଳି ଫିଲ୍ଡକୁ ଆସିଥିଲା। ଏହା ସତ୍ତ୍ୱେ ଭାରତର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। Post navigation ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଲାଞ୍ଚ ନେଇ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର