ପଦକ ଲକ୍ଷ୍ୟରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିବେ। ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ବିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *