ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା । ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଫାଉଲ କରିଥିଲେ। ତୃତୀୟ ପ୍ରୟାସରେ ସେ ୮୦.୨୧ ମିଟରକୁ ଜାଭେଲିନ ପକାଇଥିଲା। ତାଙ୍କର ଶ୍ରେଷ୍ଠ ୮୦.୭୩ ସହିତ ପୁରୁଷଙ୍କ ଜାଭେଲିନ୍ ଯୋଗ୍ୟତା ଗ୍ରୁପ୍ ଏରେ ଫିଙ୍ଗିଥିବା କିଶୋର ଜେନା ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏକ ଫାଇନାଲରୁ ବାଦ ପଡିଛନ୍ତି । ଯାହା ଯୋଗ୍ୟତା ହାସଲ କରିବା ପାଇଁ ଧାର୍ଯ୍ୟ ୮୪ ମିଟରରୁ ଯଥେଷ୍ଟ କମ।

୨୦୨୨ ଏସିଆନ ଗେମ୍ସରେ କିଶୋର ଜେନା ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସିଲିଭର ମେଡାଲ ପାଇଥିଲେ। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *