ଶିମିଳିପାଳ ହେବ କଳାବାଘ ସଫାରୀ। ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ ମିଳିଥିବା ପରେ ସଫାରୀର ପାଇଁ ସେଣ୍ଟ୍ରାଲ ଜୁ ଅଥୋରିଟିରୁ ଅନୁମୋଦନ ମିଳିଛି। ଏନେଇ ସୋମବାର ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ସୂଚନା ମିଳିଛି । ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି।

୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ। ଚିଡିଆଖାନା ସହ ବାଘଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ରହିବ । ନନ୍ଦନକାନନରୁ ସଫାରୀକୁ କଳାବାଘ ଯିବେ ।

ଅନ୍ୟପଟେ ଗତ ଜାନୁଆରୀ ମାସରେ ସଫାରୀ ପ୍ରତିଷ୍ଠା ନେଇ ଏନଟିସିଏର ଅନୁମୋଦନ ମିଳିଥିଲା। ବାଘଙ୍କ ପାଇଁ ସୁରକ୍ଷିତ ନୀବାସ ହେଉଛି ଓଡ଼ିଶା। ହଜାର ହଜାର କିମି ଅତିକ୍ରମ କରି ମହାବଳ ବାଘ ଓଡ଼ିଶା ମୁଁହା ହେଉଛନ୍ତି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *