ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍ ରେ କୁହାଯାଇଛି ଭାରତୀୟ ସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ । ମହିଳାମାନଙ୍କର ସଶକ୍ତିକରଣ ଓ ଗରିମାରକ୍ଷା, ସରକାରଙ୍କର ପ୍ରମୁଖ ପ୍ରାଥମିକତା । ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି’ କରିବାକୁ ବଜେଟ୍‌ରେ ବ୍ୟୟବରାଦ ହୋଇଛି। ୨୦୨୭ ସୁଦ୍ଧା ରାଜ୍ୟରେ ଏହା ସୃଷ୍ଟି କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *