ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦ୍ଵିତୟ ଦିନରେ ବି ସରଗରମ ହୋଇଛି ଗୃହ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଅଭିଯୋଗକୁ ନେଇ ବିଜେଡିର ନାରାବାଜି । ଦିନ ସାଢ଼େ ୧୧ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ।

ସୂଚନା ମୁତାବକ; ଗତକାଲି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। ଏଏସଓଙ୍କୁ ମାଡ଼ ମରା ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ।

Leave a Reply

Your email address will not be published. Required fields are marked *