ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା କଲେ ସହ ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିସନ୍ କରିଛନ୍ତି ଜଗନ୍ନାଥ ପ୍ରଧାନ । ନିର୍ବାଚନକୁ ଅବୈଧ ଘୋଷଣା କରି ସାନି ନିର୍ବାଚନ ପାଇଁ ହାଇକୋର୍ଟରେ ଦାବି କରିଥିବା ସୂଚନା ଦେଇଛନ୍ତି ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ଚଳିତବର୍ଷ ନିର୍ବାଚନରେ ମାତ୍ର ୩୭ ଖଣ୍ଡ ଭୋଟରେ ଭୁବନେଶ୍ବର ମଧ୍ୟରୁ ପରାସ୍ତ ହୋଇଥିଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । Post navigation ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପଦରୁ ହଟିଲେ ଆଇଏଏସ୍ ରୁପାରୋଶନ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅପ୍ରୀତିକର ସ୍ଥିତି: ଦଳର ଦୁଇଗୋଷ୍ଠୀ ମୁହାଁମୁହିଁ