ଦଳ ଗଠନ ହେବା ଦିନଠୁ ରାଜ୍ୟବାସୀଙ୍କୁ ଶାସନ କରି ପ୍ରଥମ ଥର ହାରିବାର ସ୍ୱାଦ ଚାଖିଛି ବିଜେଡି। ପ୍ରଥମ ଥର ବିରୋଧୀ ଦଳ ଭାବେ ଉଭା ହୋଇଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବାକୁ ଥିବାବେଳେ ଏବେ ବିରୋଧୀ ଦଳର ନେତା ହୋଇଛନ୍ତି। ବିରୋଧୀ ଦଳରେ ରହି ସରକାରଙ୍କ ସବୁ କାମ ଉପରେ ତୀକ୍ଷ୍ଣ ନଜର ରଖିବା ଓ ସେହି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ନବୀନ। ସେଥିପାଇଁ ସେ ଦଳର ସମସ୍ତ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗର ପରିଚାଳନା ଦାୟିତ୍ୱ ଦେଇଛନ୍ତି। ନବୀନ ବାବୁ ନିଜ ପାଖରେ କୌଣସି ବିଭାଗ ରଖିନଥିଲେ ମଧ୍ୟ ସବୁ ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କରିବେ।

ଅପରପକ୍ଷରେ ବିଜେଡିର ଦଳୀୟ କନ୍ଦଳ ମଧ୍ୟ ବାଢିବାରେ ଲାଗିଛି। ନିଜ ନିଜ ମଧ୍ୟରେ ବାଦ ବିବାଦ, ଦୋଷ ଲଦାଲଦି ଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ମୋଟାମୋଟି ଭାବେ ଦଳ ଏକଜୁଟ ନାହିଁ ବୋଲି କୁହାଯାଇପାରେ। ବିଜେଡିର ପୂର୍ବ ଘଟଣାକୁ ଅନୁଧ୍ୟାନ କଲେ ଗୋଡ଼ ଟଣାଟଣି ନୀତିରେ ଦଳ ଚାଲିଛି। ଏସବୁ ଦୃଷ୍ଟିରୁ ବିରୋଧୀ ଭାବେ ନିଜ ସ୍ୱର ଶାଣିତ କରିବାକୁ ହେଲେ ପ୍ରଥମେ ନିଜ ନିଜ ମଧ୍ୟରେ ବିବାଦକୁ ଭୁଲି ସରକାରଙ୍କ ସବୁ କାମ ଉପରେ ନଜର ରଖିବାକୁ ହେବ। ପ୍ରତିଟି ପଦକ୍ଷେପ ଭାବିଚିନ୍ତି ନେବାକୁ ହେବ।

ଏହି ବିବାଦର ଆଉ ଏକ କାରଣ ହେଉଛନ୍ତି ପାଣ୍ଡିଆନ। ଦଳ ହାରିବା ପଛରେ ତାଙ୍କର ମୁଖ୍ୟ ଭୂମିକା ଥାଇ ମଧ୍ୟ ବିଜେଡିର ଚେତା ପଶୁନି। ଏବେ ବି ପାଣ୍ଡିଆନଙ୍କ ହାତରେ ରିମୋଟ ଦେଇଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରସଙ୍ଗ ହେଉ କି ନିର୍ବାଚନୀ ପ୍ରଚାରରେ ସବୁବେଳେ ନିଜେ ଆଗରେ ରହିବା କଥା ହେଉ, ସବୁରି ମୂଳରେ ପାଣ୍ଡିଆନ। ହେଲେ ଏବେ ବି ତାଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ନବୀନ ବାବୁ। ପ୍ରଚ୍ଛଦପଟ୍ଟରେ ରହି କ୍ଷମତା ନିୟନ୍ତ୍ରଣ ନିଜ ହାତରେ ରଖିଛନ୍ତି ପାଣ୍ଡିଆନ।

ଅନ୍ୟପକ୍ଷରେ ଛାୟା ମନ୍ତ୍ରୀମଣ୍ଡଳରେ ନବୀନ ବ୍ରିଟିଶ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ଭଳି ମନେ ହେଉଛି। ଯଦି ଏଥିରେ ସତ୍ୟତା ଅଛି, ସେ କେତେଦୂର ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।

ଜାଣନ୍ତୁ କେଉଁ ବିଧାୟକଙ୍କୁ କେଉଁ ବିଭାଗ ଦେଇଛନ୍ତି ନବୀନ

୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଆଠଗଡ଼)- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
୨. ପ୍ରମିଳା ମଲ୍ଲିକ(ବିଂଝାରପୁର)- ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର
୩. ବଦ୍ରିନାରାୟଣ ପାତ୍ର- ମହିଳା ଓ ଶିଶୁ କଲ୍ୟାଣ
୪. ନିରଞ୍ଜନ ପୂଜାରୀ(ଘଷିପୁରା)- ଗୃହ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ
୫. ଅଶ୍ୱିନୀ କୁମାର ପାତ୍ର(ଜଳେଶ୍ୱର)- ବୟନ ଓ ହସ୍ତତନ୍ତ
୬. ପ୍ରତାପ କେଶରୀ ଦେବ(ଆଳି)- ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ
୭. ଅରୁଣ କୁମାର ସାହୁ(ନୟାଗଡ଼)- ଜଳସମ୍ପଦ
୮. ଶାରଦା ପ୍ରସାଦ ନାୟକ(ରାଉରକେଲା)- ଶିଳ୍ପ
୯. ପ୍ରସନ୍ନ ଆଚାର୍ଯ୍ୟ(ରେଢ଼ାଖୋଲ)- ଅର୍ଥ ଏବଂ ସାଧାରଣ ଉଦ୍ୟୋଗ
୧୦. ବ୍ରଜ କିଶୋର ପ୍ରଧାନ(ତାଳଚେର)- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
୧୧. ରାଜେନ୍ଦ୍ର ଢ଼ୋଲକିଆ(ନୂଆପଡ଼ା)- ବିଦ୍ୟାଳୟ ଏବଂ ଗଣଶିକ୍ଷା
୧୨. ମନୋହର ରାନ୍ଧାରି(ଡ଼ାବୁଗାଁ)- ଆଦିବାସୀ ବ୍ୟାପାର
୧୩. ଯୋଗେଶ କୁମାର ସିଂ(ସୁନ୍ଦରଗଡ଼)- ଆଦିବାସୀ କଲ୍ୟାଣ
୧୪. ବ୍ୟୋମକେଶ ରାୟ(ଚାନ୍ଦବାଲି)- ପୂର୍ତ୍ତ
୧୫. ଦିବ୍ୟଶଙ୍କର ମିଶ୍ର(ଜୁନାଗଡ଼)- ଶକ୍ତି
୧୬. ଗଣେଶ୍ୱର ବେହେରା(କେନ୍ଦ୍ରାପଡ଼ା)- ଇସ୍ପାତ ଓ ଖଣି
୧୭. ବର୍ଷା ସିଂହ ବରିହା(ପଦ୍ମପୁର)- ମିଶନ ଶକ୍ତି
୧୮. ସନାତନ ମହାକୁଡ଼(ଚମ୍ପୁଆ)- କୃଷି ଓ କୃଷକ ସଶକ୍ତିକରଣ
୧୯. ସଞ୍ଜିବ କୁମାର ମଲ୍ଲିକ(ଭଣ୍ଡାରିପୋଖରୀ)- ଏମଏସଏମଇ
୨୦. କଳିକେଶ ନାରାୟଣ ସିଂହଦେଓ(ବଲାଙ୍ଗୀର)- ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୨୧. ଅଧିରାଜ ମୋହନ ପାଣିଗ୍ରାହୀ(ଖରିଆର)- ଆଇନ
୨୨. ପ୍ରଦୀପ କୁମାର ଦିଶାରି(ଲାଞ୍ଜିଗଡ଼)- ଅନୁସୂଚିତ ଜାତି ବ୍ୟାପାର
୨୩. ଚକ୍ରମଣି କହଁର(ବାଲିଗୁଡ଼ା)- ଆଦିବାସୀ ବ୍ୟାପାର
୨୪. ଦେବୀରଂଜନ ତ୍ରିପାଠୀ(ବାଙ୍କୀ)- ଗ୍ରାମ୍ୟ ଉନ୍ନୟନ
୨୫. ସୌଭିକ ବିଶ୍ୱାଳ(ଚୌଦ୍ୱାର-କଟକ)- ଏସଏସଇପିଡି
୨୬. ପ୍ରଶାନ୍ତ ବେହେରା(ସାଲେପୁର)- ଅବକାରୀ
୨୭. ଧ୍ରୁବ ଚରଣ ସାହୁ(ରାଜନଗର)- ପର୍ଯ୍ୟଟନ
୨୮. ତୁଷାରକାନ୍ତି ବେହେରା(କାକଟପୁର)- ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୨୯. ଅନନ୍ତ ନାରାୟଣ ଜେନା(ଭୁବନେଶ୍ୱର ମଧ୍ୟ)- ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି
୩୦. ସୁଶାନ୍ତ କୁମାର ରାଉତ(ଭୁବନେଶ୍ୱର ଉତ୍ତର)- କ୍ରୀଡ଼ା ଏବଂ ଯୁବ ବ୍ୟାପାର
୩୧. ବିଭୂତି ଭୂଷଣ ବଳବନ୍ତରାୟ(ଜଟଣୀ)- ବାଣିଜ୍ୟ ଏବଂ ପରିବହନ
୩୨. ରମେଶ ଚନ୍ଦ୍ର ବେହେରା(ଦଶପଲ୍ଲା)- ଉଚ୍ଚଶିକ୍ଷା
୩୩. ରୋହିତ ଯୋଶେଫ ତିର୍କୀ(ବୀରମିତ୍ରପୁର)- ସଂଖ୍ୟାଲଘୁ ବ୍ୟାପାର
୩୪. ସୁଦର୍ଶନ ହରିପାଲ(ରେଙ୍ଗାଲି)- ହସ୍ତତନ୍ତ
୩୫. ରୋମାଞ୍ଚ ରଞ୍ଜନ ବିଶ୍ୱାଳ(ଦେବଗଡ଼)- ଯୋଜନା
୩୬. ଅଭିମନ୍ୟୁ ସେଠୀ(ଆନନ୍ଦପୁର)- ପୂର୍ତ୍ତ
୩୭. ଗୌତମ ବୁଦ୍ଧ ଦାସ(ଭୋଗରାଇ)- ସୂଚନା ଓ ଲୋକସମ୍ପର୍କ
୩୮. ସୁବାସିନୀ ଜେନା(ବସ୍ତା)- ମତ୍ସ୍ୟ ଏବଂ ପଶୁ ସମ୍ପଦ
୩୯. ମାଧବ ଧଡ଼ା(ସୋରୋ)- ବିଜ୍ଞାନ ଏବଂ କାରିଗରୀ ବିଦ୍ୟା
୪୦. ବିଶ୍ୱ ରଞ୍ଜନ ମଲ୍ଲିକ(ବରୀ)- ଶ୍ରମ ଏବଂ ଇଏସଆଇ
୪୧. ସୁଜାତା ସାହୁ(ଯାଜପୁର)- ମିଶନ ଶକ୍ତି
୪୨. ନଳିନୀ କାନ୍ତ ପ୍ରଧାନ(ଆଠମଲ୍ଲିକ)- ଗୃହ ଓ ନଗର ଉନ୍ନୟନ
୪୩. ମନୋରମା ମହାନ୍ତି(ନର୍ଲା)- ମହିଳା ଓ ଶିଶୁ ବିକାଶ
୪୪. ଅରବିନ୍ଦ ମହାପାତ୍ର(ପାଟକୁରା)- ଇଲେକଟ୍ରୋନିକ୍ସ ଏବଂ ଆଇଟି
୪୫. ରମାକାନ୍ତ ଭୋଇ(ତିର୍ତ୍ତୋଲ)- ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ
୪୬. ସାରଦା ପ୍ରସନ୍ନ ଜେନା(ବାଲିକୁଦା-ଏରସମା)- ସମବାୟ
୪୭. ସୁନୀଲ କୁମାର ମହାନ୍ତି(ପୁରୀ)- ପର୍ଯ୍ୟଟନ
୪୮. ନବ କିଶୋର ମଲ୍ଲିକ(ଜୟଦେବ)-ଗ୍ରାମ୍ୟ ଉନ୍ନୟନ
୪୯. ପ୍ରଦୀପ କୁମାର ସାହୁ(ବେଗୁନିଆ)- ଗୃହ ଓ ନଗର ଉନ୍ନୟନ
୫୦. ରୂପେଶ କୁମାର ପାଣିଗ୍ରାହୀ(ପାରଳାଖେମୁଣ୍ଡି)- ବିଦ୍ୟାଳୟ ଏବଂ ଗଣଶିକ୍ଷା

Leave a Reply

Your email address will not be published. Required fields are marked *