ରଥରେ ଅଣସେବାୟତ ଚଢ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ କହିଛନ୍ତି, ରଥରେ ଅଣସେବାୟତ ଦେଖି ତୁରନ୍ତ ତଳକୁ ଓହ୍ଲାଇଦେଲି । ସମ୍ପୃକ୍ତ ବ୍ୟକ୍ତି କିଏ ଓ କାହିଁକି ରଥ ଉପରେ ଚଢ଼ିଥିଲେ ତଦନ୍ତ ହେବ । ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯେଉଁମାନେ ବିଶୃଙ୍ଖଳା କରିଛନ୍ତି ସେମାନଙ୍କ ପାଇଁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ମୁତାବକ, ଆଜି ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ ଉପରେ ଚଢ଼ିଥିବା ଜଣେ ଅଣ ସେବାୟତଙ୍କୁ ଚିହ୍ନଟ କରି ତାଙ୍କୁ ହାତଧରି ରଥରୁ ଟାଣି ଆଣିଥିଲେ । Post navigation ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମାଈ ହାତୀର ମୃତଦେହ ଠାବ ଘଟଣାରେ ୩ ଭାଇ ଗିରଫ