ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍। ଗିରଫ ହେଲେ ଅଧିକାରୀ । ତୁଷୁରାର ଗଜାନନ ରାଇସ ମିଲ ମାଲିକ ଆଶିଷ ଶର୍ମାଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ l ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରିଛି l ଭୁବନେଶ୍ୱର ସୂର୍ଯ୍ୟନଗର, ବ୍ରହ୍ମପୁରର ବାଲିପଦର, ବଲାଙ୍ଗୀର ସିଲିକନ୍ ଭାଲି ଭଡା ଘର ଓ ବଲାଙ୍ଗୀର ଯୋଗାଣ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ ବିଭାଗ I ଆଶିଷଙ୍କ ୧୫ ଲକ୍ଷ ଟଙ୍କାର ବିଲ ପାସ କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଦୀର୍ଘଦିନ ଧରି ଅଫିସକୁ ଦୌଡ଼ି ଦୌଡ଼ି ଆଶିଷ ନୟାନ୍ତ ହେବା ପରେ ଲାଞ୍ଚ ଦେବାକୁ ରାଜି ହୋଇଥିଲେ I ଏ ନେଇ ଆଶିଷ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ I ଭିଜିଲାନ୍ସର ଯୋଜନା ମୁତାବକ ଆଜି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା I Post navigation ଡିସେମ୍ବର ୨୭ରେ ହକି ଇଣ୍ଡିଆ ଲିଗର ପ୍ରଥମ ମ୍ୟାଚ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ