ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ପ୍ରଭାତ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଦେବାଶିଷ କହିଛନ୍ତି। ସିବିଆଇ ମାମଲାରୁ ବର୍ତ୍ତିବାକୁ ଶ୍ରୀ ବିଶ୍ୱାଳ ବିଜେପି ଆଡ଼କୁ ଢଳୁଥିବା ଲାଗୁଚି ବୋଲି କହିଛନ୍ତି। ପାଣ୍ଡିଆନଙ୍କୁ ପ୍ରଭାତଙ୍କ ସମାଲୋଚନା ନେଇ ଦେବାଶିଷ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଭାତ ବାବୁ ଦରକାର ପଡିବାବେଳେ ପାଣ୍ଡିଆନ, ବବିଙ୍କ ପାଖକୁ ଦୌଡୁଥିଲେ। ପାଣ୍ଡିଆନ କାମ କଲାବେଳେ ତ ତାଙ୍କୁ ସମାଲୋଚନା କରୁନଥିଲେ।

ଏବେ ପରାଜୟ ହେଲା ବୋଲି ପ୍ୟାରୀ ବାବୁଙ୍କ ଲୁହ ପଡିଲା ବୋଲି କହୁଛନ୍ତି। ପ୍ୟାରୀଙ୍କ ଷଡଯନ୍ତ୍ର ବେଳେ ଏ ଭୂମିକା ଥିଲା ବୋଲି ସ୍ପଷ୍ଟ ହେଉଛି। ଦେବାଶିଷଙ୍କ ଏଭଳି ଆରୋପ ନେଇ ପ୍ରଭାତଙ୍କ ପ୍ରତିକ୍ରିୟା ମିଳିପାରିନି।

 

Leave a Reply

Your email address will not be published. Required fields are marked *