ସରକାରୀ ଜମିରୁ ବେଆଇନ ଦଖଲ ହାତେଇବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେଉଁଠି ବେଆଇନ ଜବରଦଖଲ ଦେଖୁଛ ତୁରନ୍ତି ହଟାଅ । ଯଦି ବିକାଶ ମୂଳକ କାର୍ଯ୍ୟରେ ବାଧା ଆସିଲେ ନିଅ କାର୍ଯ୍ୟାନୁଷ୍ଠାନ । ସୂଚନଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟରେ ଆଉ ସରକାରୀ ଜମି ଉପରେ କିଏ ବେଆଇନ ଭାବରେ କରିପାରିବେନି ଜବରଦଖଲ । ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ତେଣୁ ସରକାରୀ ଜମିକୁ କେହି ଜବରଦଖଲ କରିବାକୁ ବେଆଇନ ଭାବେ ଗଣଯିବ । ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ। ଆଉ ରାଜ୍ୟ ସରକାର ଏଥିପାଇଁ ଦୃଢ ସଂକଳ୍ପବଦ୍ଧ । ସେ ଆଉ ମଧ୍ୟ କହିଛନ୍ତି ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । Post navigation ୨ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା ଶରଧାବାଲିରେ ତିନି ରଥ