ମୋ ବସ୍‌ରେ ଯାତ୍ରା କରି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ ‘ମୋ ବସ୍’ରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ସଚିବ ଅରୁଣ ବୋଥ୍ରା ମଧ୍ୟ ରହିଛନ୍ତି । ମୋ ବସରେ ଯାତ୍ରା କରିବା ସମୟରେ ମନ୍ତ୍ରୀ କହିଛନ୍ତି, ବସରେ ଯାତ୍ରା କଲେ ହିଁ, ଆମେ ଲୋକଙ୍କ ଅସୁବିଧା ବୁଝିପାରିବୁ । ତେଣୁ ସେ ଆଜି ମୋ ବସରେ ଯାତ୍ରା କରିଛନ୍ତି ବୋଲି କହିଛନ୍ତି । ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ଟିକେଟ କାଟିଛନ୍ତି ଓ ଲୋକମାନଙ୍କ ସହ ବସି ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ବୁଝିଛନ୍ତି।

ପରେ ମନ୍ତ୍ରୀ କହିଛନ୍ତି ବସ୍‌ ସେବା ଭଲ ଅଛି, ଆହୁରି ବସ୍ ସଂଖ୍ୟା ବଢ଼ିବ । ଆଉ ୪ଶହ ଇଲେକ୍ଟ୍ରୋନିକ୍ ବସ୍ ଆସୁଛି, ଖୁବ୍‌ଶୀଘ୍ର ପହଞ୍ଚିବ । ଭୁବନେଶ୍ବର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ । ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ବ ସହ ନିଆଯିବ ।

ଅନ୍ୟପଟେ ଅରୁଣ ବୋଥ୍ରା କହିଛନ୍ତି, ମୋ କ୍ୟାରିଅରରେ ପ୍ରଥମ ଥର ଜଣେ କ୍ୟାବିନେଟ୍ ମନ୍ତ୍ରୀ ବସ୍ ରେ ଯାତ୍ରା କରୁଥିବା ଦେଖୁଛି। ଏହାଦ୍ବାରା ଆମକୁ ଅଧିକ ଉତ୍ସାହ ମିଳୁଛି।

Leave a Reply

Your email address will not be published. Required fields are marked *