ଆରମ୍ଭ ହେଲା ଅଷ୍ଟାଦଶ –ଲୋକସଭାର ପ୍ରଥମ ଅଧୂବେଶନ । ଅଧିବେଶନରେ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ । ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ କାମଚଳା ବାଚସ୍ପତି ଆସନରେ ବସିଛନ୍ତି ଭର୍ତ୍ତୃହରି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଆଜି ଓ କଲି ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ଜୁନ୍ ୨୬ ତାରିଖରେ ଲୋକସଭା ବାଚସ୍ଥିତ ନିର୍ବାଚନ ହେବ ।

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧୂବେଶନ । ଜୁନ୍ ୨୪ରୁ ଆରମ୍ଭ ହୋଇ ଏହା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦ ଦିନରେ ୮ଟି କାର୍ଯ୍ୟ ଦିବସ ରହିଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୁହରି ୧୯୯୮ରୁ ସମ୍ମାନଜନକ କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭାରେ ବିଜେଡିର ଫ୍ଲୋର ନେତା ମଧ୍ୟ ରହିଥିଲେ। ୧୯୯୮ରୁ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ପର୍ଯ୍ୟନ୍ତ ସେ ୬ଥର ଲୋକ ସଭାକୁ ନିର୍ବାଚି ହୋଇଛନ୍ତି।

Leave a Reply

Your email address will not be published. Required fields are marked *