ପରୀକ୍ଷା ପେପର୍ ଲିକ୍ କରୁଥିବା ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ପରୀକ୍ଷା ପେପର୍ ଲିକ୍ କରୁଥିବା ଲୋକଙ୍କୁ ଆଉ ମିଳିବନି ତ୍ରାହି । ନିଟ୍‌ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ବାହାର କରିଛନ୍ତି କେନ୍ଦ୍ର ସରାକର।

ଏଣିକି କୌଣସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ ଦଣ୍ଡାଦେଶ ୧୦ ଲକ୍ଷରୁ ୧ କୋଟି ଟଙ୍କା ଯାଏ ଜରିମାନ ଦେବାକୁ ପଡ଼ିବ । ଦେଶରେ ଅଧ ରାତିରୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍ । ପ୍ରଶ୍ନ ପତ୍ର ଲିକ୍‌କୁ ନେଇ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଶୁକ୍ରବାର ମଧ୍ୟରାତ୍ରମ ଲାଗୁ ହୋଇଛି। ବିଳମ୍ବିତ ରାତିରୁ ଆଇ ଲାଗୁ କରିବାକୁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।

ଅନ୍ୟାନ୍ୟ ଅଧିନିୟମ ଯଥା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସ୍ସି), ଷ୍ଟାଫ୍ ସିଲେକସନ କମିସନ (ଏସଏସସି), ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍.ଟି.ଏ) ଭଳି ସାଧାରଣ ସଂସ୍ଥା ଦ୍ୱାରା କରାଯାଇଥିବା ସାଧାରଣ ପରୀକ୍ଷାରେ ଠକାମି ଓ ଅନିୟମିତତାକୁ ରୋକିବା ପାଇଁ ଏହି ଆଇନର ଲକ୍ଷ୍ୟ। ଏହି ଆଇନ୍‌ର ନାଁ ସର୍ବସାଧାରଣ ପରୀକ୍ଷା ଅଧୂନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍‌ଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି । ଫେବୃଆରୀ ୨୦୨୪ ରେ ସଂସଦ ଦ୍ବାରା ଏହି ଆଇନ ପାରିତ ହୋଇଥିଲା ।

ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ବାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍ସେ ଅନୁର୍ଭୁକ୍ତ ହେବ ।

Leave a Reply

Your email address will not be published. Required fields are marked *