ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ଓଡ଼ିଶାରେ ସରକାର ବଦଳି ଥିଲେ ମଧ୍ୟ ମହାନଦୀ ଜଳ ବିବାଦ ଥମିନାହିଁ। ବିଜେପି-ବିଜେଡି ମଧ୍ୟରେ ବିତର୍କ । ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ନୂଆ ଅଭିଯୋଗ ଯୋଡ଼ି ହୋଇଛି ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ବିଜେପିକୁ ଘେରିବାକୁ ଉଦ୍ୟମ କରିଛି ବିଜେଡି । ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖି ଯାଉଛି। ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନି। ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ। କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି। ଛତିଶଗଡ଼ରେ ଡ୍ୟାମ ସବୁ ହେବା ପରେ ଆଜି ମହାନଦୀ ଶୁଖିଲା ପଡିଛି । ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିଲେ ବହୁତ ଭଲ । ଶୀଘ୍ର ସମାଧାନର ବାଟ ବାହାରିବ । କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି ତେର୍ଚ୍ଛାବାଣ ରାଜ୍ୟ ସରକାରଙ୍କୁ ମାରିଛନ୍ତି। ବିଜେଡିର ଏଭଳି ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ଏବେ ଜାଣିଲେ କି ମହାନଦୀ ଶୁଖିଗଲା ବୋଲି? ମହାନଦୀର ଓ ଓଡ଼ିଶାର ସ୍ୱାର୍ଥ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ? ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ଏଭଳି ସମସ୍ୟା ନାହିଁ ଯେଉଁ ସମସ୍ୟାର ସମାଧାନ ହୋଇ ପାରିବନି । ବହୁତ ବିଳମ୍ବ ହୋଇଗଲାଣି। ବର୍ତ୍ତମାନ ନୂଆ ସରକାର ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ସହ କଥା ହୋଇ ସାମ୍ବିଧାନିକ ଫୋରମରେ ଓଡ଼ିଶାର ପକ୍ଷ ରଖିବ ଏବଂ ଓଡିଶାବାସୀଙ୍କୁ ନ୍ୟାୟ ଦେବେ ବୋଲି ସୁରେଶ କହିଛନ୍ତି । Post navigation ଘରୁ ବିପୁଳ ପରିମାଣର ମାଂସ ଜବତକୁ ନେଇ ଉତ୍ତେଜନା ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡି ବିଧାୟକ ଦଳ ବୈଠକ