ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ।ନେଦରଲାଣ୍ଡସରେ ବିବାହ କଲେ ଅରୁଣ ପଟ୍ଟନାୟକ। ଇନଷ୍ଟାଗ୍ରାମରେ ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବାହାଘର ବେଳର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ଯ ସେ ସେୟାର କରିଛନ୍ତି।

ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ । ଅରୁଣଙ୍କ ପତ୍ନୀଙ୍କ ନାଁ ନାଦିଆ। ନାଦିଆ ହେଉଛନ୍ତି ନେଦରଲାଣ୍ଡସର ନାଗରିକ। ନେଦରଲାଣ୍ଡସରେ ହିଁ ଅରୁଣ ଓ ନାଦିଆଙ୍କ ବାହାଘର ହୋଇଛି। ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେଆର କରିଛନ୍ତି।

ଅରୁଣ କିଛି ଦିନ ତଳେ ଭୁବନେଶ୍ବର ଆସିଥିଲେ। ଅନେକ ସମୟରେ ସେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେଇଥାନ୍ତି।

Leave a Reply

Your email address will not be published. Required fields are marked *