ଆଜି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେଠାରେ ୩ଦିନ ନିର୍ବାଚନୀ ପ୍ରଚାର କରିବେ । ଟ୍ରେନ୍ ରେ ଗସ୍ତବେଳେ ସେ ଗଣମାଧ୍ୟମକୁ କହିଛନ୍ତି ୨୦୧୪ ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର ୮୦୦ କୋଟି ଟଙ୍କା । ଏବେ ମୋଦି ଓଡିଶାକୁ ରେଲୱେ ପାଇଁ ଦେଉଛନ୍ତି ୧୦ ହଜାର କୋଟିରୁ ଅଧିକ ଟଙ୍କା । କାମ ଯାହା ୧୦ ବର୍ଷ ଭିତରେ ହୋଇଛି ତାର ଲିଷ୍ଟ ଦିଆଯାଇଛି ।ଓଡ଼ିଶାରେ ରେଳ ବିକାଶ କ୍ଷେତ୍ରରେ ଅନେକ କାମ ହୋଇଛି । ଆହୁରି ମଧ୍ୟ କାମ ଚାଲିଛି । ୫୨ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ଟେଲିକମ ପାଇଁ ୫ ହଜାର ୩୦୦ କୋଟି ଟଙ୍କା ଦେଇଛନ୍ତି । ନୂଆ ଟାୱାର ପାଇଁ ପ୍ରଧାନମନ୍ତ୍ରୀ ମୋଟ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି ।

୨୪ ବର୍ଷ ହେଲାଣି ଲୋକ ବିଜେଡି ଶାସନ ଦେଖିଲେଣି । ସ୍କୁଲରେ ଟିଚର ନାହିଁ । ହସ୍ପିଟାଲରେ ଡ଼କ୍ଟର ନାହାନ୍ତି । ଏଥର ଲୋକେ ନିଷ୍ପତ୍ତି ନେଇସାରିଛନ୍ତି ଏଥର ଭାରତୀୟ ଜନତା ପାର୍ଟିକୁ ଚାନ୍ସ ଦେଇକି ଦେଖିବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

Leave a Reply

Your email address will not be published. Required fields are marked *