ବିହାର; ବିବାଦ ଯେମିତି କଂଗ୍ରେସର ପିଛା ଛାଡ଼ୁନି । ନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ପ୍ରାର୍ଥୀମାନେ ଅଡୁଆ ସେତେ ପଚି ଚାଲିଛନ୍ତି । ବିହାର ସାସାରାମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ଏବେ ବିବାଦ ଘେରରେ । ଏଠାକାର କଂଗ୍ରେସ ପ୍ରାର୍ଥୀ ମନୋଜ ରାମ ଓ ତାଙ୍କ ପୁଅ ଉଜ୍ଜ୍ୱଳ କୁମାର ସମେତ ଚାରି ଜଣ ମିଶି ଜଣେ ନାବାଳିକାର ଯୌନ ଶୋଷଣ କରିଛନ୍ତି। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ପୀଡିତା ନାବାଳିକା କଂଗ୍ରେସ ପ୍ରାର୍ଥି ମନୋଜ ରାମଙ୍କ ସ୍କୁଲରେ ପଢ଼ନ୍ତି। ଏହାର ଫାଇଦା ଉଠାଇ ଉଜ୍ଜ୍ୱଳ କୁମାର ଓ ତାଙ୍କ ସାଙ୍ଗମାନେ ମିଶି ତା’ର ଯୌନ ଶୋଷଣ କରିଛନ୍ତି। ଏ ବିଷୟରେ ଜଣାପଡିବା ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ସେ ଏହାକୁ ଅଣଦେଖା କରିଦେଇଥିଲେ । ଏହି ମାମଲାରେ କଂଗ୍ରେସ ପ୍ରାର୍ଥୀଙ୍କ ପୁଅ ଉଜ୍ଜ୍ୱଳ କୁମାରଙ୍କୁ ପୁଲିସ ଗିରଫ କରିଛି। Post navigation ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରିବ ପ୍ରଚାର ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି: ମୋଦୀ