ରାଜ୍ୟରେ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ହିଟ୍ୱେଭ୍ ସତର୍କତା ଜାରି କରାଯାଇଛି।
୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୂଆପଡ଼ା, ନବରଙ୍ଗପୁର ଓ ବଲାଙ୍ଗିରକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଭଦ୍ରକ ୩୫.୬ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବାଲେଶ୍ୱରରେ ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା-
ଭଦ୍ରକ: 35.6°C
ବାଲେଶ୍ୱର: 35.4°C
ଫୁଲବାଣୀ: 34.6°C
ଭୁବନେଶ୍ୱର: 34.4°C
କଟକ: 34.2°C
କେନ୍ଦୁଝର: 34°C
ବାରିପଦା: 34°C
କେନ୍ଦ୍ରାପଡ଼ା: 33.4°C
ରାଉରକେଲା: 33.4°C
ଚାନ୍ଦବାଲି: 33.2°C
ପୁରୀ:33°C
ସୋନପୁର: 32.4°C
ଟିଟିଲାଗଡ଼: 32.4°C
ଜଗତସିଂହପୁର: 32.2°