ଅକ୍ଟୋବର ମାସରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୧୨ ଅକ୍ଟୋବର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ସେଠାରେ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ ।

ଏହି ଲଘୁଚାପ ପରବର୍ତ୍ତୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନର ଆକଳନ ଅନୁସାରେ, ୧୫ ଅକ୍ଟୋବର ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ତେବେ ଏହାର ଗତିପଥ, ତୀବ୍ରତା ଓ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ, ସେ ନେଇ ଏବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନୂତନ ପାଣିପାଗ ତଥ୍ୟ ଆଧାରରେ ଏହାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ସମ୍ପର୍କରେ ଆଗାମୀ କିଛି ଦିନରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ ।

By Nirvay

Leave a Reply

Your email address will not be published. Required fields are marked *