ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଏବଂ ଦ୍ରୁତ ଅଗ୍ରଗତି ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡ଼ିଶା । ‘ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ ଗ୍ରହଣ କରିଛି । ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ସିଂହ ଏହି ପୁରସ୍କାର ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ, ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଦେଶର ରାସ୍ତାକଡ଼ ବିକ୍ରେତାମାନଙ୍କୁ ଆର୍ଥିକ ସହାୟତା ଓ ସ୍ୱାବଲମ୍ବୀ ହେବାର ସୁଯୋଗ ପ୍ରଦାନ କରାଯାଉଛି । ଜୁନ୍ ୨୦୨୦ରେ ଆରମ୍ଭ ହେବା ପରଠାରୁ, ‘ପିଏମ୍ ସ୍ୱନିଧି’ ଯୋଜନା ମାଧ୍ୟମରେ ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବିକ୍ରେତା ମୋଟ ୧.୨୧ କୋଟିରୁ ଅଧିକ ଋଣ ପାଇପାରିଛନ୍ତି । ଏହାର ମୋଟ୍ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ । ଅଗଷ୍ଟ ୨୦୨୫ରେ ଏହି ଯୋଜନାର ପୁନର୍ଗଠନ ପରେ, ପ୍ରଥମ ବର୍ଷରେ ୧୦.୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ୬,୨୯୪ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୨ ଲକ୍ଷ ଋଣ ପ୍ରଦାନ କରାଯାଇଛି । Post navigation Boudh Businessman Murder Case: ବୌଦ୍ଧ ବ୍ୟବସାୟୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା, ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ଗିରଫ