ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜେଲରେ ଥିବା ବେଳେ ଏବେ ଆଉ ଏକ ମାମଲାରେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ମାମଲାରେ ତାଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ; ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟ ସଂସ୍ଥାରେ ଆର୍ଥକ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ରାଜା ଚକ୍ର ବାଲେଶ୍ବର ଜେଲରେ ଥୂଲା। ଏବେ ପୁଣି ଜଣେ ମହିଳା ତା ବିରୋଧରେ ଅଭିଯୋଗ ଆଣିବା ପରେ ନୂଆ ମାମଲାରେ ତଦନୁ ଜୋରଦାର କରିଛି EOW ।

Leave a Reply

Your email address will not be published. Required fields are marked *