ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ସରକାର । ଏଣିକି ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ଯାତ୍ରୀଙ୍କୁ ୧ ଟଙ୍କା ୧୮ ପଇସା ଦେବାକୁ ପଡ଼ିବ । ପୂର୍ବରୁ ଏହି ଭଡ଼ା ୯୨ ପଇସା ଥିଲା । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୨୪ ପଇସା ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସେମି ଡିଲକ୍ସ ବସ୍ର ଭଡ଼ା କିଲୋମିଟର ପିଛା ୧ ଟଙ୍କା ୩୦ ପଇସା, ଡିଲକ୍ସ ବସ୍ର ୧ ଟଙ୍କା ୪୧ ପଇସା ଏବଂ ଏସି ଡିଲକ୍ସ ବସ୍ର ୧ ଟଙ୍କା ୯୯ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ସୁପର ପ୍ରିମିୟମ୍ ବସ୍ରେ କିଲୋମିଟର ପିଛା ୩ ଟଙ୍କା ୨୧ ପଇସା ଦେବାକୁ ପଡ଼ିବ । ସୁପର ପ୍ରିମିୟମ୍ ଫୁଲି ସ୍ଲିପର ଏସି କୋଚ୍ ବସ୍ରେ ଯାତ୍ରା ପାଇଁ ବର୍ଥ ପିଛା କିଲୋମିଟରକୁ ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ ହୋଇଛି । ଏହି ନୂଆ ଭଡ଼ା ଟାଉନ୍ ବସ୍ ବ୍ୟତୀତ ରାଜ୍ୟର ଅନ୍ୟ ଷ୍ଟେଜ୍ କ୍ୟାରେଜ୍ ବସ୍ଗୁଡ଼ିକ ପାଇଁ ଲାଗୁ ହେବ । Post navigation Young Officers to Lead Odisha’s Development: ବିକଶିତ ଓଡ଼ିଶା ଗଠନରେ ଯୁବ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି