ଗତ ବୁଧବାର ଅର୍ଥାତ୍ ନଭେମ୍ବର ୧୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୩ ଆସନ୍ତାକାଲି ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ଅଧିକ ଘନୀଭୂତ ହୋଇ ନଭେମ୍ବର ୧୪ରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ନଭେମ୍ବର ୧୫ ସୁଦ୍ଧା ଏକ ଅବପାତ ରୂପ ନେବ । ତେବେ ଏହି ସମ୍ଭାବ୍ୟ ଅବପାତକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ । ରାଜ୍ୟ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି, ଯାହା ଉପକୂଳବର୍ତ୍ତୀ ଜିଲ୍ଲା ଓ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆଣିଛି । ଏହି ଘୂର୍ଣ୍ଣିବଳୟଟି ଓଡ଼ିଶା ଉପକୂଳଠାରୁ ଯଥେଷ୍ଟ ଦୂରରେ ରହି ଗତି କରିବ । ଫଳରେ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବାୟୁମଣ୍ଡଳ ସମ୍ପୂର୍ଣ୍ଣ ସ୍ଥିର ରହିବ । ବିଶେଷ କରି ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ପାଣିପାଗ ଅନୁଭୂତ ହେବ । ଏହି ସମୟ ମଧ୍ୟରେ ରାଜ୍ୟ ପାଇଁ କୌଣସି ବର୍ଷା କିମ୍ବା ବାତ୍ୟା ଜନିତ ସତର୍କ ସୂଚନା ଜାରି କରାଯାଇ ନାହିଁ । ସେହିପରି ନଭେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାର ପାଣିପାଗରେ କୌଣସି ବଡ଼ଧରଣର ପରିବର୍ତ୍ତନ କିମ୍ବା ପ୍ରବଳ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । Post navigation Suresh Pujari Targets Previous Govt Over Floods: ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ