କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ବାଲିଯାତ୍ରାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ରାଷ୍ଟ୍ରପତିଙ୍କ ବାଲିଯାତ୍ରାରେ ଯୋଗଦାନ ନେଇ ସୂଚନା ମିଳିଥିବାବେଳେ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଦୁଇଥର ସ୍ଥଗିତ ରହିଥିଲା । ତେବେ ରାଷ୍ଟ୍ରପତିଙ୍କ ସଂଶୋଧିତ ଗସ୍ତ କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି । Post navigation Congress Slams State Govt Over Rising Atrocities Against Tribals: ଅତ୍ୟାଚାରିତ ଆଦିବାସୀଙ୍କୁ ନ୍ୟାୟ ଦାବିରେ ନଭେମ୍ବର ୧୮ରେ କେନ୍ଦୁଝରରେ ଏକତ୍ରିତ ହେବ କଂଗ୍ରେସ