ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କ ଉପରେ କଡ଼ା ସମାଲୋଚନା ଜାରି ରଖିଥିବା ବେଳେ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ଦିନ ପ୍ରଶାସନର ପକ୍ଷ ରଖିଛନ୍ତି। ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ମନୁଷ୍ୟକୃତ ବନ୍ୟା ଏବଂ ପରିଚାଳନଗତ ତ୍ରୁଟି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। କ୍ରମାଗତ ୩ ଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯାହାକି ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ଭାଙ୍ଗିଛି, ସେ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ଏଥି ସହିତ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହା କୌଣସି ମନୁଷ୍ୟକୃତ ବନ୍ୟା ନୁହେଁ, ବରଂ ଏହା ଥିଲା ପ୍ରକୃତିର ଏକ ଅଭୂତପୂର୍ବ କାହର।

ବର୍ଷାର ଭୟାବହତା ସମ୍ପର୍କରେ ତଥ୍ୟ ରଖି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କ୍ରମାଗତ ତିନି ଦିନ ଧରି ଲାଗିରହିଥିବା ପ୍ରବଳ ବର୍ଷା ସବୁ ରେକର୍ଡ ଭାଙ୍ଗି ଦେଇଛି। ବିଶେଷକରି ପାତ୍ରପୁର ବ୍ଲକରେ ଗୋଟିଏ ଦିନରେ ଏକାବେଳକେ ୫୪୬ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ୨୦୧୩ର ପ୍ରଳୟଙ୍କରୀ ବାତ୍ୟା ‘ଫେଲିନ୍’ ସମୟର ବର୍ଷା ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି। ଫେଲିନ୍ ସମୟରେ ଗୋଟିଏ ଦିନ ପ୍ରବଳ ବର୍ଷା ହୋଇଥିବା ବେଳେ, ଏଥର ଗଞ୍ଜାମରେ କ୍ରମାଗତ ତିନି ଦିନ ଧରି ଅତ୍ୟନ୍ତ ଭୀଷଣ ବର୍ଷା ଲାଗିରହିଥିଲା।

ଡ୍ୟାମ୍ ଗୁଡ଼ିକରୁ ଜଳ ଛଡ଼ାଯିବା ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇ ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି ଯେ ଋଷିକୁଲ୍ୟା ଏବଂ ବହୁଦା ନଦୀର କ୍ୟାଚମେଣ୍ଟ୍ ଅଞ୍ଚଳର ମାତ୍ର ୧୦% ଜଳ ଡ୍ୟାମ୍ ଭିତରକୁ ଆସିଥାଏ। ଅବଶିଷ୍ଟ ୯୦% ଜଳ ସିଧାସଳଖ ନଦୀ ଗର୍ଭକୁ ଚାଲିଯାଏ, ଯାହା ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ରଖିବା ସମ୍ଭବ ନୁହେଁ। ତଥାପି, ଡ୍ୟାମ୍ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବଂ ବୈଷୟିକ ଟିମ୍ ଦ୍ୱାରା ପରିସ୍ଥିତିର ଅନୁଧ୍ୟାନ କରାଯାଇ ପ୍ରୋଟୋକଲ୍ ଅନୁସାରେ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡ଼ିକ ଖୋଲାଯାଇଥିଲା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଭିଯୋଗ ସମ୍ପର୍କରେ ପଚରାଯିବାରୁ, ସେ କହିଛନ୍ତି ଯେ କେନ୍ଦ୍ରୀୟ ଟିମ୍ ପୂର୍ବରୁ ହିଁ ନିଜର ରିପୋର୍ଟ ଦାଖଲ କରିସାରିଛି ଏବଂ ଏହି ପରିସ୍ଥିତି କେବଳ ଅଭୂତପୂର୍ବ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ସ୍ପଷ୍ଟ କରିଛି।

ସଚିବ ସୁରେଶ ମହାପାତ୍ରଙ୍କ ଆରୋପ ନେଇ ମତ ରଖି ସେ କହିଛନ୍ତି ଯେ ସେ ଏନେଇ ଶୁଣିଛନ୍ତି, ସେକ୍ସୁଆଲ୍ ଟିମ୍ ରିପୋର୍ଟ ଦେଇସାରିଛନ୍ତି ଏବଂ ଅଭୂତପୂର୍ବ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଟିମ୍ ସ୍ପଷ୍ଟ କରିଛି।

ଏତେବଡ଼ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ କୌଣସି ପ୍ରକାରର ଜୀବନହାନି ଘଟିନାହିଁ। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ ଏବଂ ଭାଙ୍ଗିଯାଇଥିବା ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃସ୍ଥାପନ କରାଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟାପ୍ରୀତ ଲୋକଙ୍କୁ କ୍ରମଗତ ଭାବେ ଆବଶ୍ୟକୀୟ ସହାୟତା ଓ ରିଲିଫ୍ ଯୋଗାଇ ଦିଆଯାଉଥିବା କଥା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *