ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବାତ୍ୟା ଓ ବନ୍ୟା ଜନିତ ବିଭିନ୍ନ ଅସୁବିଧା ଏବଂ ବିଦ୍ୟାଳୟଗୁଡ଼ିକରୁ ଆସିଥିବା ଅନୁରୋଧକୁ ବିଚାରକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖକୁ ବୃଦ୍ଧି କରାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣର ସମୟସୀମାକୁ ବଢ଼ାଯାଇଛି।  କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ସହିତ କରେସ୍ପଣ୍ଡେନ୍ସ କୋର୍ସ ପାଇଁ ଏହି ସମୟ ବୃଦ୍ଧି କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଅର୍ଥାତ ନଭେମ୍ବର ୧୧ ଯୁକ୍ତ ୨ ଫର୍ମ ପୂରଣ ପାଇଁ ଶେଷ ଦିନ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୧୪ ତାରିଖ ପର୍ଯ୍ୟନ୍ତ କରାଯାଇଛି।

 

 

Leave a Reply

Your email address will not be published. Required fields are marked *